ନୂଆ ରୂପରେ ଆସିବ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ; ୧୮ ତାରିଖ ପୂର୍ବରୁ ମିଳିବ ସୂଚନା
- Get link
- X
- Other Apps
ଅନ୍ୟପକ୍ଷରେ ଦେଶରେ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ନିର୍ଦିଷ୍ଟ ଭାବରେ ସେ ଏ ପ୍ରସଙ୍ଗ ଉଲ୍ଲେଖ ନ କରିଥିଲେ ହେଁ ବିଭିନ୍ନ ରାଜ୍ୟର ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ନୂଆ ରୂପରେ ଏହି ଲକ୍ଡ଼ାଉନ କାର୍ଯ୍ୟକାରୀ କରାଯିବ ଓ ଆସନ୍ତା ୧୮ ତାରିଖ ପୂର୍ବରୁ ଏ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
लॉकडाउन का चौथा चरण, लॉकडाउन 4,
पूरी तरह नए रंग रूप वाला होगा, नए नियमों वाला होगा।
राज्यों से हमें जो सुझाव मिल रहे हैं, उनके आधार पर लॉकडाउन 4
से जुड़ी जानकारी भी आपको
18 मई से पहले
दी जाएगी: PM @narendramodi
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସଂକ୍ରମଣର ମୁକାବିଲା ପାଇଁ ବିଶ୍ୱ ୪ ମାସରୁ ଅଧିକ ସମୟ ନେଲାଣି । ଏହି ସମୟରେ ବିଶ୍ବର ୪୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ୩ ଲକ୍ଷ ଲୋକ ମୃତ୍ୟୁବରଣ କଲେଣି । କେବଳ ଗୋଟିଏ ଭୂତାଣୁ ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି । ଏହା ମାନବ ଜାତି ପାଇଁ ଅକଳ୍ପନୀୟ; କିନ୍ତୁ ଥକିବା, ହାରିବା, ଭାଙ୍ଗିବା ମଣିଷ ଶିଖି ନାହିଁ। ସତର୍କ ରହି ଏହି ଯୁଦ୍ଧର ସମସ୍ତ ନିୟମ ପାଳନ କରି ଆମକୁ ଆଗକୁ ବଢିବାକୁ ହେବ । ଏହି ସମୟରେ ନିଜ ସଂକଳ୍ପ ଆହୁରି ମଜବୁତ କରିବାକୁ ହେବ । ଚଳିତ ଏକବିଂଶ ଶତାବ୍ଦୀ ଭାରତର ହେବ ବୋଲି କୁହାଯାଉଛି । କରୋନା ସଙ୍କଟ ପରେ ମଧ୍ୟ ବିଶ୍ୱରେ ଯେଉଁ ସ୍ଥିତି ଉପୁଜିବ ତାକୁ ବି ଭାରତ ଦେଖୁଛି । ଏକବିଂଶ ଶତାବ୍ଦୀକୁ ଭାରତ ନିଜ ନାମରେ କରାଇବ ଏହା କେବଳ ସ୍ବପ୍ନ ନୁହେଁ ଏକ ଦାୟିତ୍ବ ମଧ୍ୟ । ଆଜିର ସ୍ଥିତି ଆମକୁ ଅନେକ କିଛି ଶିକ୍ଷା ଦେଇଛି । କରୋନା ଭାରତକୁ ଆତ୍ମନିର୍ଭରଶୀଳ ହେବା ଶିଖାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
- Get link
- X
- Other Apps
Comments
Post a Comment