କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଞ୍ଚକ ମନ ଭରିବ ତ!
କେତେ ଅଲଗା ଏଥରର ଆଇପିଏଲ, ଉତ୍କଣ୍ଠା ଆଉ ରୋମାଞ୍ଚକ ମନ ଭରିବ ତ!
୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ଇଣ୍ଡିଆନ ପ୍ରିମିୟର ଲିଗ୍। ଚେନ୍ନାଇ ସୁପର କିଙ୍ଗ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ। ଯୁବ ପିଢ଼ୀକୁ ଉତ୍କଣ୍ଠା ଓ ରୋମାଞ୍ଚକ ଯୋଗାଇ ଆସିଥିବା ଏହି ଆଇପିଏଲ ଏଥର କରୋନା ମହାମାରୀ କବଳରେ ପଡିଛି, ନିୟମ ସବୁ ବଦଳି ଯାଇଛି।
ମନରେ ପ୍ରଶ୍ନ ଉଠୁଛି ନୂତନ ନିୟମ ମନର ରୋମାଞ୍ଚକ ଭରିବ ତ?
୧. ବୋଲରମାନେ ଲାଳର ବ୍ୟବହାର କରିପାରିବେ ନାହିଁ।
୨. ଧଳା ବଲରେ ମ୍ୟାଚ ଖେଳାଯିବ। ଏହା ପ୍ରାୟତଃ ୨/୩ ଓଭର ସୁଇଂ କରିଥାଏ। ଲାଳର ବ୍ୟବହାର ନକରିବା ବିଶେଷ ପ୍ରଭାବ ପକାଇବ ନାହିଁ।
୩. ନୋ ବଲ ଉପରେ ଥାର୍ଡ ଅମ୍ପାୟର ନଜର ରଖିବେ।
୪. ଷ୍ଟାଡିୟମରେ ଦର୍ଶକ ରହିବେ ନାହିଁ।
୫. ଜଣେ ଖେଳାଳି କରୋନା ପଜିଟିଭ ବାହାରିଲେ ତାଙ୍କ ସ୍ଥାନରେ ନୂତନ ଖେଳାଳି ସାମିଲ ହୋଇପାରିବେ।
୬. ଚିୟରଲିଡର୍ସ ଓ ପ୍ରଶଂସକ ରହିବେ ନାହିଁ। ମେଗା ସ୍କ୍ରିନ ରେକର୍ଡିଂ କରାଯାଇଥିବା ଭିଡିଓ ଦେଖାଇପାରିବେ।
୭. ବାୟୋ ସିକ୍ୱୋର ପରିବେଶ। ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳି, ସପୋର୍ଟ ଷ୍ଟାଫ, ମ୍ୟାଚ ଅଫିସିଆଲ, ହୋଟେଲ ଷ୍ଟାଫ ଓ ମେଡିକାଲ ଟିମ୍ କେବଳ ରହିବେ। ଏହା ବ୍ୟତୀତ କାହାକୁ ଖେଳାଳି ଭେଟି ପାରିବେ ନାହିଁ। ଖେଳାଳି ବାୟୋ ସିକ୍ୱୋର ନିୟମ ଭାଙ୍ଗିଲେ ଦଣ୍ଡିତ ହେବେ।
୮. ଆଘାତପ୍ରାପ୍ତ ଖେଳାଳିଙ୍କ ସ୍ଥାନରେ ନୂତନ ଖେଳାଳି ଦଳରେ ସଙ୍ଗେ ସଙ୍ଗେ ସାମିଲ ହୋଇପାରିବେ।
୯. ଲାଳର ବ୍ୟବହାର କଲେ ୨ ଥର ଟିମକୁ ଚେତାବନୀ ଦିଆଯିବ। ନ ମାନିଲେ ବିପକ୍ଷ ଟିମ୍ କୁ ୫ରନ ଦିଆଯିବ।
୧୦. ଦୁଇ ପ୍ରତିଦ୍ୱନ୍ଦ୍ୱୀ ଟିମର ଅଧିନାୟକ ହାତ ମିଳାଇ ପାରିବେ ନାହିଁ।
Comments
Post a Comment